ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଘୁଞ୍ଚିଲା ଓଜେଇଇ ଅନ୍‌ଲାଇନ୍‌ ପରୀକ୍ଷା

ଭୁବନେଶ୍ୱର : ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଜେଇଇ ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। ଓଜେଇଇ ପରୀକ୍ଷା ହେଲେ ଅଧିକ ସଂକ୍ରମଣ ଆଶଙ୍କା ରହିଛି। ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଓଜେଇଇ ଅନ୍‌ଲାଇନ୍‌ ପରୀକ୍ଷା ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିଲା। ଆସନ୍ତାମାସରେ ଓଜେଇଇ ଅନ୍‌ଲାଇନ୍‌ ପରୀକ୍ଷା ହୋଇପାରେ। ତେବେ ପରବର୍ତ୍ତି ସମୟରେ ଏହି ପରୀକ୍ଷା ପାଇଁ ନୂଆ ତାରିଖ ପ୍ରକାଶ ପାଇବ ବୋଲି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ଅନଲଲାଇନ୍‌ ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଏବଂ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ରାଜ୍ୟ ବାହାରେ କୋଲକତା, ରାଞ୍ଚି ଓ ପାଟନାରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା।
କିଛିଦିନ ପୂର୍ବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଜେଇଇ(ମୁଖ୍ୟ) ପରୀକ୍ଷା ଆୟୋଜନ କରାଯାଇଥିଲା। କରୋନା କଟକଣା ପାଳନ କରି ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ପରୀକ୍ଷା ଆୟୋଜନ କରାଯାଇଥିଲା । ଗତ ସେପ୍ଟେମ୍ବର ୧ର ଆରମ୍ଭ ହୋଇଥିବା ଏହି ପରୀକ୍ଷା ୬ ତାରିଖରେ ସମାପ୍ତ ହୋଇଥିଲା ଓ ଏହାର ଫଳାଫଳ ୧୧ ତାରିଖରେ ପ୍ରକାଶ ପାଇବ।

Comments are closed.