ଅକ୍ଟୋବର ୧୨ରୁ ୧୯ ଯାଏ ଓଜେଇଇ, ଦୈନିକ ୩ ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ଵର : ରାଜ୍ୟରେ ଦୈନିକ ୩ ସିଫ୍ଟରେ ହେବ ଓଜେଇଇ ପରୀକ୍ଷା। ଓଜେଇଇ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସକାଳ ୯ଟାରୁ ୧୧ଟା ଯାଏ ପ୍ରଥମ ସିଫ୍ଟ, ଦିନ ୧୨ଟା ୩୦ରୁ ୨ଟା ୩୦ ୨ୟ ସିଫ୍ଟ ଏବଂ ଦିନ ୪ଟାରୁ ୬ଟା ୩ୟ ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୧୨ ତାରିଖରୁ ୧୯ ତାରିଖ ଯାଏ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି।

କମ୍ପ୍ୟୁଟର ଆଧାରିତ ଟେଷ୍ଟ ମୋଡରେ ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଅକ୍ଟୋବର ୫ରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୭୯ ହଜାର ୮ଶହ ପିଲା ଓଜେଇଇ ପରୀକ୍ଷା ପାଇଁ ପଞ୍ଜି କରଣ କରିଥିବି ଜଣାପଡିଛି।

Comments are closed.