ବଢ଼ିଲା ଓଜେଇଇ ଆବେଦନ ଅବଧି, ଆଉ ସହରରେ ହେଲା ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର: ଆଜି ଓଜେଇଇ ଆବେଦନ ପାଇଁ ଅବଧିବ ବଢ଼ାଇ ଦିଆଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଜୁଲାଇ ୩୧ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୁହାଯାଇଛି। ସେହିପରି ଓଜେଇଇ ପରୀକ୍ଷା ପାଇଁ ଆଉ ୧୦ କେନ୍ଦ୍ରର ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ରାଜ୍ୟରେ ୭ ଓ ରାଜ୍ୟ ବାହାରେ ୩ଟି ନୂଆ ପରୀକ୍ଷା କେନ୍ଦ୍ର ହେବ। ରାଜ୍ୟର ଭବାନୀପାଟଣା, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା, ମାଲକାନଗରି, ନବରଙ୍ଗପୁର, ନୂଆପଡ଼ା, ପୁରୀ ଓ ସୁବର୍ଣ୍ଣପୁର ସହରରେ ଓଜେଇଇ ପରୀକ୍ଷା କେନ୍ଦ୍ର ହେବ। ସେହିପରି ରାଜ୍ୟ ବାହାରେ ପାଟନା, ରାଞ୍ଚି, କଲକାତାରେ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯାଇଛି। କରୋନା କାଳରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ ପରୀକ୍ଷା କେନ୍ଦ୍ର। ଜୁଲାଇ ୩୧ ପର୍ଯ୍ୟନ୍ତ ଓଜେଇଇ ପାଇଁ ଆବେଦନ ଲାଗି ଅବଧି ବୃଦ୍ଧି କରାଯାଇଛି ବୋଲି ସୂଚନା ଦିଆଯାଇଛି।

Comments are closed.