ଆରମ୍ଭ ହେଲା ଓଜେଇଇ ପଞ୍ଜୀକରଣ

ଭୁବନେଶ୍ବର, ୬ା୨(ନି.ପ୍ର): ବୈଷୟିକ ଶିକ୍ଷା ସ୍ନାତକୋତ୍ତର ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀ ଗୁରୁବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ର୍ୱେରବସାଇଟ୍‌(www.ojee.nic.in)କୁ ଯାଇ ନାମ ପଞ୍ଜୀକରଣ କରିଛନ୍ତି। ଓଜେଇଇ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏମ୍‌ସିଏ, ଏମ୍‌ବିଏ, ଲାଟେରାଲ ଏମ୍‌ସିଏ, ଏମ୍‌.‌ଟେକ୍, ଏମ୍‌. ଆର୍କ, ଏମ୍‌. ପ୍ଲାନ୍‌ ଏବଂ ଏମ୍‌. ଫାର୍ମା ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି. ଫାର୍ମା, ଇଣ୍ଟିଗ୍ରେଟେଡ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି. ଟେକ୍ (ଡିପ୍ଲୋମା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ), ଲାଟେରାଲ ଏଣ୍ଟ୍ରି ବି.ଟେକ୍ (ବି.ଏସ୍‌ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ), ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ, ଏମ୍‌ବିଏ, ଏମ୍‌.ଟେକ୍, ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏବଂ ଏମ୍‌. ଫାର୍ମା ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ। ଚଳିତ ବର୍ଷ ମେ ପ୍ରଥମ ସପ୍ତାହରେ ଏହି ପ୍ରବେଶିକା ପରୀକ୍ଷାକୁ ଅନଲାଇନ୍‌ରେ କରାଯିବ। ଏପ୍ରିଲ ୨୦ରୁ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟକୁ ଯାଇ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.