ଆଜି ଓଜେଇଇ ଆବେଦନର ଶେଷ ତାରିଖ

ଭୁବନେଶ୍ବର: ଛାତ୍ରଛୋତ୍ରୀମାନେ ଓଜେଇଇ ପାଇଁ ଆଜି ରାତି ୧୨ଟା ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ଓଜେଇଇ ପାଇଁ ଅନଲାଇନ ଆବେଦନ କରିଥିବେ ସେମାନେ ଆସନ୍ତକାଲି ଦିନ ୧୧ଟା ସୁଦ୍ଧା ଅନଲାଇନ ଫି ଜମା କରିପାରିବେ। ଏଥିପାଇଁ ଛାତ୍ରାଛାତ୍ରୀମାନେ www.ojee.nic.in / www.odishajee.com ରେ  ଆବେଦନ କରିପାରିବେ।

ଆସନ୍ତା ଅକ୍ଟୋବର ୧୨ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ଅନଲଲାଇନ୍‌ ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଏବଂ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ରାଜ୍ୟ ବାହାରେ ୩ଟି କେନ୍ଦ୍ର ହେଉଛି ରାଞ୍ଚି, କଲକାତା ଓ ପାଟନା ।

Comments are closed.