୮ ଓ ୯ରେ ଓଜେଇଇର କମ୍ପ୍ୟୁଟର ବେସ୍‍ଡ ପରୀକ୍ଷା ସିବିଟି

ଭୁବନେଶ୍ବର : ଆସନ୍ତା ମାସ ୮ ଓ ୯ ଦୁଇଦିନ ଧରି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓ.ଜେ.ଇ.ଇ)ର କମ୍ପ୍ୟୁଟର ବେସ୍‍ଡ ପରୀକ୍ଷା ସି.ବି.ଟି ଅନୁଷ୍ଠିତ ହେବ । ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ପ୍ରଥମଥର ଲାଗି ଓଜେଇଇରେ ଅନ୍‍ଲାଇନ୍‍ ପରୀକ୍ଷା ହେଉଛି । ଏଥିପାଇଁ ୧୭ହଜାର ୩୫୫ ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି। ରାଜ୍ୟର ୮ଟି ସହରରେ ୨୪ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ୮ ତାରିଖରେ ୩ଟି ଓ ୯ ତାରିଖରେ ୨ଟି ଏହିଭଳି ମୋଟ୍‍ ୫ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି ।

Comments are closed.