ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ

0

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ କଲେଜ ନାମଲେଖା ପଞ୍ଜିକରଣ ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ନାମ ପଞ୍ଚିକରଣ କରି ନ ଥିଲେ ଏବଂ ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଏହା ଉଦ୍ଦିଷ୍ଟ। ଆଜି ସକାଳ ୧୦ଟାରୁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ମାସ ୯ ତାରିଖରେ ସର୍ବଭାରତୀୟ ମେଡିକାଲ୍ ନାମଲେଖା ସରିବା ପରେ ଖାଲି ସିଟ୍ ଏବଂ ରାଜ୍ୟ କୋଟା ସିଟ୍ ମିଶାଇ ଚୂଡାନ୍ତ ସିଟ୍ ତାଲିକା ପ୍ରକାଶ ପାଇବ। ୯ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନୋଡାଲ୍ କେନ୍ଦ୍ରଗୁଡିକରେ ପ୍ରଥମଥର ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ କାଗଜପତ୍ର ଯାଞ୍ଚ ହେବ। ୧୦ତାରିଖରେ ସଂଶୋଧିତ ମେଧା ତାଲିକା ପ୍ରକାଶିତ ହେବା ପରେ ୧୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଚଏସ୍ ଫିଲିଂ ଓ ଲକିଂ ବ୍ୟବସ୍ଥା ରହିଛି। ୧୨ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥମିକ ନାମଲେଖା ଚିଠି ଇଣ୍ଟରନେଟରୁ ଡାଉନଲୋଡ୍ କରିହେବ। ଦ୍ୱିତୀୟ ପର୍ଯ୍ୟାୟ୍ରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ପ୍ରାଥମିକ ନାମଲେଖା ୧୩ରୁ ୧୮ ତାରିଖ ମଧ୍ୟରେ ହେବ। ୨୦ତାରିଖ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀ ନାମ ପ୍ରତ୍ୟାହାର କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍ ବଳକା ରହିବ, ତେବେ ୨୧ ଓ ୨୨ ତାରିଖରେ ଓଜେଇଇ ସେଲ୍ରେ ସ୍ପଟ୍ ନାମଲେଖା ହେବ। ୨୬ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ କଲେଜରେ ଯୋଗ ଦେବେ। ୨୭ତାରିଖରେ ଖାଲି ଥିବା ସିଟଗୁଡିକୁ ମେଡିକାଲ କଲେଜଗୁଡିକୁ ଫେରାଇ ଦିଆଯିବ। ୩୧ତାରିଖ ସୁଦ୍ଧା ଘରୋଇ କଲେଜକୁ ଫେରାଇ ଦିଆଯାଇଥିବା ସିଟ୍‌ରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply