ଓଜେଇଇ-୨୦୨୦ ଅନ୍‌ଲାଇନ୍‌ ଆବେଦନ ଅବଧି ବଢ଼ିଲା

ମେ’୧୨ରୁ ୩୧ ମଧ୍ୟରେ କରିହେବ ଅନ୍‌ଲାଇନ୍‌ ଆବେଦ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)-୨୦୨୦ ଅନ୍‌ଲାଇନ୍‌ ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି। ଏଣିକି ଛାତ୍ରଛାତ୍ରୀ ଓଜେଇଇ-୨୦୨୦ ପାଇଁ ଅନ୍‌ଲାଇନ୍‌ ଆବେଦନ ମେ’ ୩୧ ପର୍ଯ୍ୟନ୍ତ କରିପାରିବେ। ବିଟେକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବଦେନ ମେ’ ୧୨ରୁ ଆରମ୍ଭ ହେବ ଏବଂ ଏହି ପ୍ରକିୟା ମେ’ ୩୧ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ଜୁନ୍‌ ୫ସୁଦ୍ଧା ଆବେଦନ ଫି’ ଦାଖଲକରିପାରିବେ। ମେ’ ୧୭ ପରେ ପରୀକ୍ଷା କାର୍ଯ୍ୟସୂଚୀ ଏବଂ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ତେଣୁ ଛାତ୍ରଛାତ୍ରୀ ନିୟମିତ ବ୍ୟବଧାନରେ ଓଜେଇଇ ୱେବ୍‌ସାଇଟ୍‌ ଦେଖିବାକୁ କୁହାଯାଇଛି। ଜେଇଇ(ମେନ୍‌) ୨୦୨୦ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ରାଙ୍କ ଅନୁଯାୟୀ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ପ୍ରଥମ କାଉନ୍‌ସେଲିଂ କରାଯିବ। ଏହାପରେ ସରକାରୀ ଓ ଘରୋଇ ଇଞ୍ଜିନିୟରିଂକଲେଜଗୁଡ଼ିକରେ ବଳକାରେ ନାମଲେଖା ପାଇଁ ଏକ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁମାନେ କୌଣସି କାରଣ ବସତଃ ଓଜେଇ(ମେନ୍‌) ୨୦୨୦ ପରୀକ୍ଷା ଦେଇନଥିବେ ସେମାନେ ଏହି ସ୍ବତନ୍ତ୍ର ଓଜେଇଇ ପରୀକ୍ଷା ଦେଇପାରିବେ ଓ ବିଟେକ୍‌ ପ୍ରଥମ ବର୍ଷରେ ନାମଲେଖାଇପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

Comments are closed.