ତୈଳ ଦରବୃଦ୍ଧି ସାମୟିକ: ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ତୈଳ ଦରବୃଦ୍ଧିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ, ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବାବେଳେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଛି ଦୋଷ ଲଦାଲଦି। କିଏ ଟିକସ ହ୍ରାସ କରିବ ସେଥିନେଇ ପରସ୍ପରକୁ ପରାମର୍ଶ ଦେଉଛନ୍ତି। ଏପରିସ୍ଥିତିରେ ତୈଳଦର ବୃଦ୍ଧି ସାମୟିକ ଏବଂ ବିଶ୍ୱ ବଜାରରେ ଉତ୍ପାଦନ ହ୍ରାସରୁ ମୂଲ୍ୟ ବୃଦ୍ଧି ଘଟୁଥିବା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିଭଳି ପେଟ୍ରୋଲ, ଡିଜେଲକୁ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ ଚାଲିଛି ଏବଂ ଏହାର ଫାଇଦା ଗ୍ରାହକଙ୍କୁ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ସ୍ଥିତି ଅନୁସାରେ କରୋନା ସମୟରେ ଚାହିଦା ଓ ଯୋଗାଣ ପ୍ରଭାବିତ ହୋଇଛି। ତେବେ ଧୀରେ ଧୀରେ ତେଲ ଦର କମିବ। ପେଟ୍ରୋଲିୟମ୍‌ ଉତ୍ପାଦକୁ ଜିଏସ୍‌ଟି ପରସରଭୁକ୍ତ କରାଯିବା ନେଇ ଯୋଜନା ଚାଲିଛି। ଏଥିରୁ ଗ୍ରାହକଙ୍କୁ ଫାଇଦା ମିଳିବ। ଏଥିପାଇଁ ମନ୍ତ୍ରୀଳୟ ପକ୍ଷରୁ ଜିଏସ୍‌ଟି କାଉନ୍‌ସିଲଙ୍କୁ ଅନୁରୋଧ କରାଯାଇଥିବା ତୈଳମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.