ସ୍ବାସ୍ଥ୍ୟ ପାଇଁ ହିତକାରୀ ତେଲ

0

ଅତ୍ୟାଧୁନିକ ଜୀବନଶୈଳୀ ଓ ବିଦେଶୀ ଖାଦ୍ୟପାନୀୟ ପଛରେ ନ ଧାଇଁବା ନିମନ୍ତେ ଆମ ଖାଦ୍ୟ ବିଶେଷଜ୍ଞମାନେ ବରାବର ପରାମର୍ଶ ଦେଉଛନ୍ତି। କାରଣ ବିଦେଶୀ ଫଳ, ପନିପରିବା ଆମ ଦେଶୀ ଜଳବାୟୁରେ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇବା ବଦଳରେ ଶରୀର ହାନି ହୋଇଥାଏ। ଏଣୁ ବଜାରରେ ମିଳୁଥିବା ଦାମୀ ଅଲିଭ ତେଲ ପଛରେ ନଧାଇଁ ବରଂ ସୋରିଷ ତେଲ, ନଡ଼ିଆ ତେଲ ଓ ସୂର୍ଯ୍ୟମୁଖ୍ୟ ତେଲର ଉପଯୋଗ ନିୟମିତ ବ୍ୟଞ୍ଜନରେ କରିବା ଖୁବ୍ ହିତକାରୀ।

ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ସୋରିଷ ତେଲରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଲୌହ ମହଜୁଦ୍‌ ଥିବାବେଳେ ଏହା ମଧ୍ୟ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବାର ପରୀକ୍ଷାରୁ ଜଣାପଡ଼ିଛି। ଅପମିଶ୍ରିତ ସୋରିଷ ତେଲ ସ୍ବାସ୍ଥ୍ୟ ପାଇଁ ଆଦୌ ହିତକାରୀ ନୁହେଁ। ଶୁଦ୍ଧ ସୋରିଷ ତେଲ ରକ୍ତସଞ୍ଚାଳନ ବଢ଼ାଇବା ସହ ହୃଦ୍‌ ରୋଗରୁ ରକ୍ଷା କରେ।

ନଡ଼ିଆ ତେଲ ରନ୍ଧା ଖାଦ୍ୟ ମଧ୍ୟ ଦେହ ପାଇଁ ଖୁବ୍ ଭଲ। ଭିଟାମିନ୍ ବି’ ଓ ଏ’ ସହ ଅନ୍ୟାନ୍ୟ ପୋଷକତତ୍ତ୍ବ ଭରପୂର ଏହି ତେଲ ପ୍ରସ୍ତୁତ ବ୍ୟଞ୍ଜନ ଖାଦ୍ୟ ଶୀଘ୍ର ହଜମ କରାଏ। ଆଜିକାଲି ବଜାରରେ ଏସବୁ ଉପଲବ୍ଧ ହେଉଛି।

Leave A Reply