ମେ’ ୩ରୁ ୧୩ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ମାନବାଧିକାର ଆୟୋଗ

ଭୁବନେଶ୍ୱର: କୋଭିଡ୍‌-୧୯ ଦ୍ରୁତ ସଂକ୍ରମଣ ତଥା ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିର୍ଦେଶନାମା ମେ’ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଛୁଟି ଦିବସ ବ୍ୟତୀତ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ଆୟୋଗର କାର୍ଯ୍ୟବନ୍ଦ ରହିଲେ ମଧ୍ୟ ସମସ୍ତ କର୍ମଚାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ଏବଂ ଯେକୌଣସି ସମୟରେ ଆବଶ୍ୟକ ପଡ଼ିଲେ ନିଜ ନିଜର କାର୍ଯ୍ୟ କରିବେ। ଏହି ସମୟରେ ଅତି ଜରୁରୀ କେସ୍‌ଗୁଡ଼ିକର ଶୁଣାଣି କରାଯିବ।

 

କାର୍ଯ୍ୟାଳୟ ଇ-ମେଲ ohrc@nic.in ମାଧ୍ୟମରେ ଅଭିଯୋଗ ପିଟିସନ୍‌ ଦାଖଲ କରାଯାଇ ପାରିବ। ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟାରଙ୍କୁ ୮୭୬୩୬୪୨୦୮୦ ମୋବାଇଲ୍‌ ନମ୍ବରରେ ସଂପର୍କ କରାଯାଇପାରିବ। ଅତ୍ୟଧିକ ଜରୁରୀ କାର୍ଯ୍ୟ ପାଇଁ ସଂପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଦେଇ ଓଡ଼ିଶା ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ଭର୍ଚୁଆଲ ମାଧ୍ୟମରେ ନିଜର କାର୍ଯ୍ୟ କରିପାରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.