ମୋଟରଯାନ ଆଇନକୁ କୋହଳ କରାଯିବାକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ ମାନବାଧିକାର କମିଶନର

0

ଭୁବନେଶ୍ଵର : ରାଜ୍ୟରେ ନୂଆ ମୋଟରଯାନ ଆଇନକୁ ୩ ମାସ କୋହଳ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ମାନବାଧିକାର କମିଶନର। ଏହି ତିନିମାସ ମଧ୍ୟରେ ଦୁର୍ଘଟଣା ଘଟିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶରେ ନୂଆ ଟ୍ରାଫିକ୍‍ ନିୟମ ଲାଗୁ ହେବା ପରେ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ଆବଶ୍ୟକ କାଗଜପତ୍ର ନଥିବା ଓ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କ୍ଷେତ୍ରରେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା। ତେବେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ନିୟମକୁ ୩ ମାସ କୋହଳ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଏହି ତିନିମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ବୋଲି କମିଶନର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Leave A Reply