ମାନବାଧିକାର କମିଶନରେ ନିହାରିକା ହତ୍ୟା ମାମଲା

ଭୁବନେଶ୍ବର : ବହୁ ଚର୍ଚ୍ଚିତ ସେବିକା ନିହାରିକା ପାତ୍ର ହତ୍ୟା ମାମଲାରେ ଗୁରୁବାର ନିହାରିକାଙ୍କ ବାପା ଓ ମାଆ ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି)ରେ ଅପିଲ କରିଥିବା ଜଣାପଡିଛି। ହତ୍ୟା ମାମଲାରେ ଏକାଧିକ ଅଭିଯୁକ୍ତ ସଂପୃକ୍ତ ଥିବା ଅଭିଯୋଗ କରିବା ସହ ଏହାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦେବାକୁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ସେବିକା ନିହାରିକା ପାତ୍ର ହତ୍ୟା ମାମଲାରେ ବୟଫ୍ରେଣ୍ଡ୍‌ ରାଜାକୁ ପୁଲିସ ଗିରଫ କରିଛି। ନିଜେ ରାଜା ନିହାରିକାଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛି।

Comments
Loading...