ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷା ଉପରେ ଅଙ୍କୁଶ

ଭୁବନେଶ୍ୱର : ଜୁଲାଇ ୩୦ ତାରିଖରୁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୩୯ ଜଣ ଭିନ୍ନକ୍ଷମ ପିଲାଙ୍କ ଦଶମ (ମାଟ୍ରିକ) ପରୀକ୍ଷା କରିବା ନିଷ୍ପତ୍ତିକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଓଡିଶା ମାନବାଧିକାର ଆୟୋଗ ନିର୍ଦେଶ ଦେଇଛନ୍ତି। ଏଥିସହ ପରିଷଦ ଓ ଏହାର ଅଧିକାରୀଙ୍କୁ ତାଗିଦ କରି ଆୟୋଗ କହିଛନ୍ତି ପରୀକ୍ଷା ଦେବାକୁ ଥିବା କୌଣସି ଭିନ୍ନକ୍ଷମ ପିଲାଙ୍କ ପ୍ରତି ଯଦି ଅଘଟଣ ଘଟେ ସେଥିପାଇଁ ସେମାନେ ଉତ୍ତରଦାୟୀ ରହିବେ। ଚଳିତବର୍ଷ ସାଧାରଣ ଛାତ୍ରଛାତ୍ରୀଙ୍କ ପାରୀକ୍ଷା ଫଳ ଭଳି ଭିନ୍ନକ୍ଷମ ପିଲାଙ୍କ ଦଶମ (ମାଟ୍ରିକ) ପରୀକ୍ଷା ଫଳ ପ୍ରକାଶ କରାଯାଉ ବୋଲି ‘ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ’ ଅଧକ୍ଷ ମନୋଜ ଜେନା ଜୁନ ୩୦ରେ ଆୟୋଗଙ୍କଠାରେ ଆବେଦନ କରିଥିଲେ। ଆୟୋଗ ତାହାକୁ ବିଚାରକୁ ନେଇ ଜୁଲାଇ ୨୨ ମଧ୍ୟରେ ପରିଷଦ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେବାକୁ ନିର୍ଦେଶ ଦେଇଥିଲେ। ଉଭୟ ବିଭାଗର ବିବରଣୀ ହସ୍ତଗତ େହବା ପରେ ଅଗଷ୍ଟ ୬ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଜୁଲାଇ ୩୦ ତାରିଖରୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା। ପରିଷଦର ଏପରି ନିଷ୍ପତ୍ତିକୁ ବିେରାଧ କରି ଶ୍ରୀ ଜେନା ଆୟୋଗଙ୍କ ନିକଟରେ ପୁନଃ ଏକ ମାମଲା ଦାୟର କରିଥିଲେ। ପରୀକ୍ଷାକୁ ବାତିଲ କରିବା ସହିତ ୧୩୯ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପୂର୍ବ ପରୀକ୍ଷା ଫଳାଫଳ ଅନୁଯାୟୀ ଉତ୍ତୀର୍ଣ୍ଣ କରିବାକୁ ଅନୁରୋଧ କରିଥିଲେ। େସାମବାର ଅଭିେଯାଗର ଶୁଣାଣି କରି ଆୟୋଗ ଉପରୋକ୍ତ ନିର୍ଦେଶ େଦଇଛନ୍ତି।

Comments are closed.