ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପତଞ୍ଜଳିକୁ ଜାତିସଂଘ ପୁରସ୍କାର

ଜେନେଭା : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପତଞ୍ଜଳି ଆୟୁର୍ବେଦ ଲିମିଟେଡକୁ ଜାତିସଂଘ ପୁରସ୍କାର ମିଳିଛି। ସ୍ବାସ୍ଥ୍ୟସେବା ପାଇଁ ପତଞ୍ଜଳିକୁ ‘ୟୁଏନଏସଡିଜିର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୧୦ ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତି ପୁରସ୍କାର’ ପ୍ରଦାନ କରାଯାଇଛି। ପତଞ୍ଜଳି ପକ୍ଷରୁ ଏହାର ପରିଚାଳନା ନିର୍ଦେଶକ ତଥା ଯୋଗଗୁରୁ ରାମଦେବଙ୍କ ଘନିଷ୍ଠ ସହଯୋଗ ଆଚାର୍ଯ୍ୟ ବାଲକୃଷ୍ଣ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଜେନେଭାରେ ଆୟୋଜିତ ଉତ୍ସବରେ ପୁରସ୍କାର ଗ୍ରହଣ କରିବା ପରେ ବାଲକୃଷ୍ଣ ଏହାକୁ ବିଶ୍ବରେ ଯୋଗ ଓ ଆୟୁର୍ବେଦର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଉତ୍ସର୍ଗ କରିଥିଲେ। ୟୁନାଇଟେଡ ନେସନ ସସ୍‌ଟେନେବୁଲ ଡେଭଲପମେଣ୍ଟ ଗୋଲ୍ସ (ୟୁଏନଏସଡିଜି)ରେ ୟୁନିସେଫ୍ ଓ ଡବ୍ଲ୍ୟୁଏଚ ଭଳି ସଂଗଠନ ସହଯୋଗୀ ଅଛନ୍ତି।

Comments are closed.