ଜୁଲାଇ ୩୦ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା

ଭୁବନେଶ୍ବର: କଟକ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ତଥା ମାଟ୍ରିକ ପରୀକ୍ଷା(ରେଗୁଲାର, ଏକ୍ସ ରେଗୁଲାର, ପତ୍ରବିନିମୟ ଏକ୍ସରେଗୁଲାର) ପାଇଁ ଅଫଲାଇନ ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭ ହେବ। ଏହି ଅଫଲାଇନ ପରୀକ୍ଷା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୫ରୁ ୧୪ ପର୍ଯ୍ୟନ୍ତ ମାଟ୍ରିକ ଅଫଲାଇନ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିପାରିବେ। ମାଟ୍ରିକ ଅଫଲାଇନ ପରୀକ୍ଷା ନିମନ୍ତେ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫି’ ଛାଡ଼ କରାଯାଇଛି। ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ ପରୀକ୍ଷା ଦେଇପାରିବେ। ଏହାସହିତ ଯେଉଁମାନେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନେ ମଧ୍ୟ ପରୀକ୍ଷା ଦେଇପାରିବେ। ଆଜି ଦଶମ ଶ୍ରେଣୀ ଅଫଲାଇନ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଟାଇମ୍‌ ଟେବୁଲ ପ୍ରକାଶ କରାଯାଇଛି।

Comments are closed.