ଘନଉଛି ବିବାଦ – ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜକ କିଏ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ଆଉ ୨ ଦିନ ବାକି ଥିବା ବେଳେ ଏହି କାର୍ଯ୍ୟକ୍ରମର ଆୟୋଜକଙ୍କୁ ନେଇ ବିବାଦ ଦେଖାଦେଇଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଡୋନାଲଡ ଟ୍ରମ୍ପ ନାଗରିକ ଅଭିନନ୍ଦନ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କିନ୍ତୁ ୨୪ ଫେବୃଆରୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଆୟୋଜକ ବିଷୟରେ କୌଣସି ତଥ୍ୟ ମିଳିପାରିନାହିଁ। ଅଭିନନ୍ଦନ କମିଟିରେ କେଉଁମାନେ ଅଛନ୍ତି ତାହା ବିଷୟରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ। ତେବେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ଗୁଜୁରାଟ ସରକାରଙ୍କ ପାଖରେ କୌଣସି ତଥ୍ୟ ନ ଥିବା ଜଣାପଡିଛି।

କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ଦିନ ରାତି ଏକ କରି କାର୍ଯ୍ୟ କରୁଥିବା କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ବିଦେଶ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ଚୁପ ରହିବା ଫଳରେ କଂଗ୍ରେସ ମଧ୍ୟ ସମାନ ପ୍ରଶ୍ନ କରିଛି ଯେ ଆୟୋଜନ ପଛରେ କିଏ ଅଛନ୍ତି। କାନରେଶ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ କରି କହିଛନ୍ତି,’ପ୍ରିୟ ପ୍ରଧାନମନ୍ତ୍ରୀ ବିଦେଶ ମନ୍ତ୍ରାଳୟ ପକ୍ଷରୁ କିଛି ସୂଚନା ମିଳିଛି କି? ଡୋନାଲଡ ଟ୍ରମ୍ପ ଅଭିନନ୍ଦନ କମିଟିର ଅଧ୍ୟକ୍ଷ କିଏ, କମିଟି ଟ୍ରମ୍ପକୁ କେବେ ଆମନ୍ତ୍ରଣ କଲା ଓ ସେ ଭାରତ ଆସିବା ପାଇଁ କେବେ ସମ୍ମତି ଜଣାଇଲେ।ଏ ନେଇ ପୂର୍ବରୁ କୁହାଯାଇଥିଲା ଯେ ଗୁଜୁରାଟ କ୍ରିକେଟ ସଂଘ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି।

Comments are closed.