ଆସନ୍ତା ଶନିବାର ଓ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ଅତି ଭୀଷଣ ସାମୁଦ୍ରିକ ଝ଼ଡ ଫନି ଯୋଗୁଁ ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଏଠାରେ ରିଲିଫ୍‌ ଓ ପୁନରଉଦ୍ଧାର କାର୍ଯ୍ୟ ଚାଲିଛି । ଏଥିପାଇଁ ମେ ୧୧ ଓ ୧୨ ତାରିଖରେ ଏହି ଜିଲ୍ଲାମାନଙ୍କରେ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।

ଫନି ବାତ୍ୟାପରେ ଏହି ଜିଲ୍ଲାମାନଙ୍କର ବିଭିନ୍ନ ଅଞ୍ଚଳକୁ ଯୋଗା ଯୋଗ ସହ ବିଜୁଳି ଓ ପାଣି ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିଲା । ବିଦ୍ୟୁତ, ଅଗ୍ନିଶମ ସହ ଅନ୍ୟ ବିଭାଗର ପ୍ରବଳ ଉଦ୍ୟମ ଯୋଗୁଁ ଯୋଗା ଯୋଗ ସମ୍ଭ ହୋଇଥିବା ବେଳେ ଅନେକ ସ୍ଥାନକୁ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଛି ।

ଏବେବି ପୁରୀ ଜିଲ୍ଲା ସହ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଅନେକ ସ୍ଥାନାରେ ବିଦ୍ୟୁତ ସଂଯୋଗ ସହ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିନାହିଁ ।

Comments
Loading...