ଦିଲ୍ଲୀ ବିଧାୟକ ଅଯୋଗ୍ୟ ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀର ୧୧ଜଣ ଆମ୍‍ ଆଦ୍‍ମୀ ପାର୍ଟି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ସେମାନେ ଲାଭଦାୟକ ପଦବୀରେ ଥିବାର ଅଭିଯୋଗ କରାଯାଇ ଏହି ଆବେଦନ କରାଯାଇଥିଲା। ନିର୍ବାଚନ କମିଶନଙ୍କଠାରୁ ମତାମତ ମିଳିବା ପରେ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି।

୨୦୧୭ ମାର୍ଚ୍ଚ ମାସରେ ରାଷ୍ଟ୍ରପତିଙ୍କୁ ଏହି ଆବେଦନ ଦିଆଯାଇଥିଲା। ସେହି ବିଧାୟକମାନେ ଦିଲ୍ଲୀର ୧୧ଟି ଜିଲ୍ଲାର ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଗୁଡ଼ିକର ସହ-ଅଧ୍ୟକ୍ଷ ପଦରେ ଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗ ସମ୍ପର୍କରେ ମତାମତ ଦେବାକୁ ନିର୍ବାଚନ କମିଶନଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଥିଲା ଓ କମିଶନ ୨୦୧୯ ଅଗଷ୍ଟରେ ନିଜ ମତ ଦେଇଥିଲେ। ଆଇନ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି।

Comments are closed.