ଦେବଯାନୀ ଚକ୍ରବର୍ତ୍ତୀ ସ୍ବତନ୍ତ୍ର ଆବାସିକ କମିସନର

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର କାର୍ଯ୍ୟାଳୟରେ ସ୍ବତନ୍ତ୍ର ଆବାସିକ କମିସନର ଭାବେ ଦେବଯାନୀ ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତ ଦିଆଯାଇଛି।

ଏନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିନାମା ପ୍ରକାଶ ପାଇଛି। ବିଜ୍ଞପ୍ତିନାମାରେ ଅତିରିକ୍ତ ସଚିବ ଅବନୀକାନ୍ତ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ୨୦୦୨ ବ୍ୟାଚର ଆଇଏଏସ୍ ଶ୍ରୀମତୀ ଚକ୍ରବର୍ତ୍ତୀ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସରକାରଙ୍କ ନିର୍ଦେଶକ୍ରମେ ଏହି ନିଯୁକ୍ତି ଦିଆଯାଇଛି।

ଶ୍ରୀମତୀ ଚକ୍ରବର୍ତ୍ତୀ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ପାହ୍ୟାର ହୋଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଆବାସିକ କମିଶନର ଭାବେ ନିଯୁକ୍ତ କରାଯାଇଛି।

Comments are closed.