ଶିଳ୍ପକଳା ନିକେତନ  ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ

0

କଟକ . – ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ପାଳନ ଅବସରରେ  କଟକ ସୟଦ ସେମିନାର ଉଚ୍ଚ ବିଦ୍ୟାଳୟରେ ଓଡିଶା ରାଜ୍ୟ ସମିତି ଓ ଚାନ୍ଦ କ୍ଲବ ପକ୍ଷରୁ ଗାନ୍ଧିଜୀଙ୍କର ଫଟୋଚିତ୍ର ସମ୍ବଳିତ  ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥିରେ ଗାନ୍ଧିଜୀଙ୍କର ବିଭିନ୍ନ  ବିରଳ ଫଟୋ ଚିତ୍ରକୁ ପ୍ରଦର୍ଶନ କରାଯାଇଛି ।ଏହି ଅବସରରେ ସୋମବାର ସନ୍ଧ୍ୟାରେ ସୟଦ ସେମିନାର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ସମାଜସେବୀ ସବିତା ମହାନ୍ତିଙ୍କ ଦ୍ୱାରା ପରିଚାଳିତ ଶିଳ୍ପ କଳା ନିକେତନର ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।  ନୃତ୍ୟ ଓ ବାଦ୍ୟର ତାଳେ ତାଳେ ପ୍ରଦର୍ଶନୀ ସ୍ଥଳ ପ୍ରକମ୍ପିତ ହୋଇଥିଲା । ଶୀତୁଆ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଦର୍ଶକ ଏହି ନୃତ୍ୟ ପରିବେଷଣକୁ ଦେଖିଥିଲେ। ସବିତାଙ୍କ ନିର୍ଦେଶନା ଓ ପରିଚାଳନାରେ ଛାତ୍ରୀମାନେ ବେଶ୍‌ ଭଲ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply