ସ୍ୱାଧୀନତା ଦିବସ ଅବସରରେ ଜୋହାନ୍ସବର୍ଗରେ ଓଡ଼ିଶୀନୃତ୍ୟ ପରିବେଷଣ

ଜୋହାନ୍ସବର୍ଗ – ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗରେ ଆଜାଦୀ କା ଅମୃତ ମହୋତ୍ସବ ଏବଂ ୭୬ ତମ ସ୍ୱାଧୀନତା ଦିବସ ଧୂମଧାମ୍‌ରେ ପାଳନ କରାଯାଇଛି । ଏହି ଅବସରରେ ସେଠାରେ ଭାରତର ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା ।

ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ରୀତୁମୁଗ୍ଧା, ଗିରିବାଳା, ନବନିତ୍ୱା, ପୂର୍ବାଦେବସ୍ମିତା ଏବଂ ନିକିତା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଇଣ୍ଡୋ-ଆଫ୍ରିକା କଲଚରାଲ୍‌ ଡାଇଭରସିଟି ବିଷୟରେ ଏହି ନୃତ୍ୟ ପରିବେଷଣ କରିଥିଲେ ।

Comments are closed.