ଓଡିଶା ମହିଳା ଲିଗ୍ – ସାଇ ଏସଟିସି ବିଜୟୀ

ଓଡ଼ିଶା ମହିଳା ଲିଗ୍ ୨୦୨୦-୨୧ର ଆଜି ଅନୁଷ୍ଠିତ ଚତୁର୍ଥ ମ୍ୟାଚରେ ସାଇ ଏସଟିସି ୨-୧ ଗୋଲରେ ବିଜୟୀ ହୋଇଛି।ଭୁବନେଶ୍ୱରର କ୍ୟାପିଟାଲ୍ ଗ୍ରାଉଣ୍ଡରେ ଓଡିଶା ପୁଲିସ୍ ଏବଂ ସାଇ ଏସଟିସି ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ସାଇ ଏସଟିସି ପାଇଁ ଦୀପ ନାୟକ ୩୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ୯୦ ମିନିଟରେ ଗୁଡିୟା କୁମାରୀ ଗୋଟିଏ ଗୋଲ କରିଥିଲେ ଏବଂ ଓଡ଼ିଶା ପୁଲିସ ପକ୍ଷରୁ ୮୨ ତମ ମିନିଟରେ ଜ୍ୟୋତ୍ସ୍ନା ମଲିକ ଗୋଟିଏ ଗୋଲ ସ୍କୋର କରିଥିଲେ। ସାଇ ଏସଟିସିର ଦୀପା ନାୟକଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।

ରେଫରି ସୁଶ୍ରୀ ଚିତ୍ରମ୍ବଦା ପାତ୍ର, ଦୁର୍ଗା ମାଧବ ଆଚାର୍ଯ୍ୟ, ସୁଲତାନା ପରୱିନ୍, ବିଚିତ୍ରା ପ୍ରଧାନ ଏବଂ ମ୍ୟାଚ୍ କମିଶନର ଦୁର୍ଗା ମାଧବ ନାୟକ ଏବଂ ରେଫରି ମୂଲ୍ୟାଙ୍କନ ସୁଦୀପ୍ତା ଦାଶ ମ୍ୟାଚ ପରିଚାଳନା କରିଥିଲେ।

Comments are closed.