ଉପକୂଳ ଓଡ଼ିଶାରେ ବର୍ଷିବ, ପଶ୍ଚିମ ଓଡ଼ିଶାରେ କୁହୁଡ଼ି

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ସୋନପୁର, ହୀରାକୁଦ, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡା, ବାରିପଦା, ଚାନ୍ଦବାଲି ଏବଂ ବାଲେଶ୍ବର ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଝାରସୁଗୁଡା, ସୁନ୍ଦରଗଡ଼, ବରଗଡ, ସମ୍ବଲପୁର, ଅନୁଗୋଳ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।

ଗତକାଲି ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, ବାରିପଦା ଏବଂ ଭୁବନେଶ୍ବରରେ ସକାଳୁ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଭୁବନେଶ୍ବରରେ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଥିଲା। ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, ଅନୁଗୋଳ ଏବଂ ବାରିପଦାରେ ଦୃଶ୍ୟମ‌ାନ କ୍ଷମତା ୫୦ରୁ ୨୦୦ ମିଟର ରହିଥିଲା। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୩ ଡିଗ୍ରୀ, ଭୁବନେଶ୍ବରରେ ୧୭.୭ ଡିଗ୍ରୀ ଏବଂ କଟକରେ ୧୮.୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ସ୍ବାଭାବିକଠାରୁ ତଳକୁ ଖସିବ। ସ୍ବାଭାବିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Comments are closed.