୪୦ ଡିଗ୍ରୀ ଉପରେ ୫ ସହର – ୧୩ ପର୍ୟ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: କାଳବୈଶାଖୀ ବର୍ଷା ଭିତରେ ଗ୍ରୀଷ୍ମପ୍ରବାହ ବଢ଼ି ଚାଲିଛି। ଶନିବାର ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି। ଆଗକୁ ବି ତାତି ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା କାଲି ୯ଟି ସହରରେ ପବନ ସହିତ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ରବିବାର ଦିନ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ ଜିଲାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି। ଏହି ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ୧୩ ତାରିଖ ପର୍ୟ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଛି। ଶନିବାର ତାଳଚେରରେ ସର୍ବାଧିକ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଟିଟିଲାଗଡ଼ରେ ୪୨, ଭବାନୀପାଟଣାରେ ୪୦.୫, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ୪୦, ସୁନ୍ଦରଗଡ଼ରେ ୩୮.୫, ବଲାଙ୍ଗୀର ଓ ଭୁବନେଶ୍ବରରେ ୩୮, କଟକରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି।