ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ପରଲୋକ

ଭୋଗରାଇ : ବାଲେଶ୍ବରର ପୂର୍ବତନ ସାଂସଦ ତଥା ଭୋଗରାଇର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ବର ନିଆ ଯାଉଥିବାବେଳେ ସୋମବାର ରାତି ପ୍ରାୟ ୧୨ଟା ୪୦ ମିନିଟ ସମୟରେ ଭଦ୍ରକ ନିକଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସମଗ୍ର ବାଲେଶ୍ବର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ଡ. କାର୍ତ୍ତିକେଶ୍ବର ପାତ୍ର ୧୯୪୧ ମସିହାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସୁନ୍ଦରାଡୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଭୋଗରାଇ ବିଧାନସଭା ଆସନରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୭୧, ୧୯୭୪ ଏବଂ ୧୯୮୦ ମସିହାରେ ତିନିଥର ନିର୍ବାଚିତ ହୋଇଥିଲେ। ସେହିଭଳି ସେ ବାଲେଶ୍ଵର  ଲୋକସଭା ଆସନରୁ ୧୯୯୧ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Comments are closed.