ଟିକା ଆସିବାରେ ବିଳମ୍ବ, ଆଜି ୧୫ ଜିଲାରେ ଟିକାଦାନ ବାତିଲ

ଭୁବନେଶ୍ୱର: ଶୁକ୍ରବାର ୧୦୭ଟି ଜିଲାରେ ୩୧ହଜାର ୨୯୨ଜଣ ହିତାଧିକାରୀ କରୋନା ଟିକା ନେଇଛନ୍ତି। ଆଜିର ଟିକାଦାନକୁ ନେଇ ରାଜ୍ୟର ସଂଖ୍ୟା ୧କୋଟି ୧୯ଲକ୍ଷ ୫୨ହଜାର ୨୪୧ରେ ପହଞ୍ଚିଛି। ଏଥିରେ ୧୮ରୁ ୪୪ବର୍ଷର ୨୯ଲକ୍ଷ ୭୯ହଜାର ୬୮୫ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବାବେଳେ ୧ଲକ୍ଷ ୫୮ହଜାର ୯୩୨ ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୬୦ଲକ୍ଷ ୯୩ହଜାର ୪୯୪ଜଣ ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବାବେଳେ ୧୬ଲକ୍ଷ ୬ହଜାର ୨୨୮ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ସ୍ବାସ୍ଥ୍ୟ କର୍ମୀ ଓ କୋଭିଡ଼ ଯୋଦ୍ଧା ଅବଶି‌ଷ୍ଟ ଟିକା ନେଇଛନ୍ତି। ୨୦ହଜାର ୪୮୯ଜଣ ଯୁବବର୍ଗ ପ୍ରଥମ ପାନ ନେଇଥିବାବେଳେ ୨୨୨୬ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି।

ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୩ହଜାର ୯୨ଜଣ ପ୍ରଥମ ପାନ ଏବଂ ୪ହଜାର ୮୮୭ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ଅବଶିଷ୍ଟ ଟିକା ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧା ନେଇଛନ୍ତି। ରାଜ୍ୟରେ ଏବେ ୧୦ଲକ୍ଷ ୫୫ହଜାର ୮୦୦ ପାନ ‘କୋଭିସିଲଡ’ ଟିକା ମହଜୁଦ୍ ରହିଥିବାବେଳେ ୪ଲକ୍ଷ ୧୮ହଜାର ୪୨୦ ପାନ ‘କୋଭାକ୍ସିନ୍’ ଟିକା ରହିଛି। ତେବେ ଟିକା ଆସିବାରେ ବିଳମ୍ବ ଯୋଗୁଁ ଆସନ୍ତାକାଲି ପାଇଁ ରାଜ୍ୟର ୧୫ ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଏଥିମଧ୍ୟରେ ବଲାଙ୍ଗୀର, ବାଲେଶ୍ବର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା ଓ ସୁବର୍ଣ୍ଣପୁର ଜିଲା ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.