୭୦୦ ଟିକାକରଣ କେନ୍ଦ୍ର ବନ୍ଦ, ରାଜ୍ୟର ଛୁଇଁଲା ୩୯.୮୪ ଲକ୍ଷ

ଭୁବନେଶ୍ବର: ରାଜ୍ୟରେ ଟିକାକରଣ ହାର ଏବେ ଧିମେଇ ଯାଇଛି। ଟିକାର ଅଭାବ ଯୋଗୁଁ ବୁଧବାର ୪୦୦ କେନ୍ଦ୍ର ବାତିଲ କରାଯାଇଥିବା ବେଳେ ଗତକାଲି ୭୦୦ କେନ୍ଦ୍ର ବନ୍ଦ କରାଯାଇଛି। ରାଜ୍ୟରେ ଗତକାଲି ୮୦୨ ଟିକା କେନ୍ଦ୍ରରେ ୧ ଲକ୍ଷ ୩୨ ହଜାର ୮୭୨ ଜଣଙ୍କୁ ଟିକା ଦିଆଯାଇଛି। ଗତ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୩୯ ଲକ୍ଷ ୮୪ ହଜାର ୮୭୮ ଟିକାକରଣ ହୋଇଛି।

ଏଥି ମଧ୍ୟରେ ୧୮ଲକ୍ଷ ୫୬ହଜାର ୨୦୫ ବରିଷ୍ଠ ନାଗରିକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୮୭ ହଜାର ୧୯୯ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେହିପରି ୩ ଲକ୍ଷ ୧୬ ହଜାର ୭୭୩ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଏବଂ ୨ ଲକ୍ଷ ୬୩ ହଜାର ୮୮୩ ଦ୍ବିତୀୟ ଡୋଜ ନେଇଥିବା ବେଳେ ୧ ଲକ୍ଷ ୮୯ ହଜାର ୮୮୬ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ଏବଂ ୧ ଲକ୍ଷ ୪୬ ହଜାର ୫୧୨ ଦ୍ବିତୀୟ ଡୋଜ ନେଇଛନ୍ତି। ଏହାବାଦ୍ ୪୫ରୁ ୫୯ବର୍ଷ ମଧ୍ୟରେ ୧୧ ଲକ୍ଷ ୧୬ ହଜାର ୩୭୮ ପ୍ରଥମ ଡୋଜ ଏବଂ ୮୦୪୨ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି।

Comments are closed.