ନୂଆବର୍ଷରେ ଟିକା ନେଲେ ୧.୬୧ ଲକ୍ଷ

ଭୁବନେଶ୍ବର: ନୂଆ ବର୍ଷର ପ୍ରଥମ ଦିନରେ ରାଜ୍ୟରେ ୨୪୩୮ଟି କେନ୍ଦ୍ରରେ ୧ ଲକ୍ଷ ୬୧ ହଜାର ୮୧୦ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୫ କୋଟି ୨ଲକ୍ଷ ୨୪ହଜାର ୭୧୭ରେ ପହଞ୍ଚିଛି। ୧୮ରୁ ୪୪ବର୍ଷ ବୟସ୍କ ୨୬ ହଜାର ୬୨୦ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବା ବେଳେ ୭୧ ହଜାର ୪୦୯ ଜଣ ଦ୍ବିତୀୟ ପାନ ନେଇଛନ୍ତି। ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୧୫ ହଜାର ୬୮୯ ହିତାଧିକାରୀ ପ୍ରଥମ ପାନ ଏବଂ ୪୭ ହଜାର ୫୫୨ ଦ୍ବିତୀୟ ପାନ ଟିକା ନେଇଛନ୍ତି। ଏହାବାଦ୍ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ବର୍ଗର ହିତାଧିକାରୀ ଓ ଗର୍ଭବତୀ ଅବଶିଷ୍ଟ ଟିକା ନେଇଛନ୍ତି। ଏହି ଟିକାକରଣ ପରେ ଗର୍ଭବତୀଙ୍କ ସଂଖ୍ୟା ୪ଲକ୍ଷ ୩୪ହଜାର ୧୮୬ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.