ଟିକା ନେଲେ ୧.୦୮ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଟିକାକରଣ ଅଭିଯାନରେ ଶନିବାର ୪୨୫ ଟିକା କେନ୍ଦ୍ରରେ ୧ଲକ୍ଷ ୮ହଜାର ୧୫୦ଜଣ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟରେ ଟିକା ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୧କୋଟି ୨୦ଲକ୍ଷ ୬୦ହଜାର ୩୯୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୧୮ରୁ ୪୪ବର୍ଷର ୫୪ ହଜାର ୫୧୧ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବା ବେଳେ ୩ହଜାର ୧୮୨ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟରେ ଇତିମଧ୍ୟରେ ଯୁବବର୍ଗଙ୍କ ପ୍ରଥମ ପାନ ଟିକା କରଣ ସଂଖ୍ୟା ୩୦ଲକ୍ଷ ୩୪ହଜାର ୧୯୬ରେ ପହଞ୍ଚିଥିବାବେଳେ ଦ୍ବିତୀୟପାନ ଟିକାଧାରୀଙ୍କ ସଂଖ୍ୟା ୧ଲକ୍ଷ ୬୨ହଜାର ୧୧୪ରେ ପହଞ୍ଚିଛି।

ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୧୨ହଜାର ୨୨୫ ହିତାଧିକାରୀ ପ୍ରଥମ ପାନ ଏବଂ ୩୭ହଜାର ୭୨୭ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାକୁ ନେଇ ବରିଷ୍ଠ ବର୍ଗ ହିତାଧିକାରୀଙ୍କ ପ୍ରଥମ ପାନ ଟିକାକରଣ ସଂଖ୍ୟା ୬୧ଲକ୍ଷ ୫ହଜାର ୭୧୯ରେ ପହଞ୍ଚିଥିବା ବେଳେ ୧୬ଲକ୍ଷ ୪୩ହଜାର ୯୫୫ ଦ୍ବିତୀୟ ପାନ ଟିକା ନେଇଛନ୍ତି। ଏହାବାଦ୍ ଇତିମଧ୍ୟରେ ୩ଲକ୍ଷ ୩୩ହଜାର ୩୯ଜଣ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ପାନ ଟିକା ନେଇଥିବା ବେଳେ ସେଥିରୁ ୨ଲକ୍ଷ ୮୨ହଜାର ୧୧୮ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ସେହିପରି ୩ଲକ୍ଷ ୧୫ହଜାର ୨୧୫ଜଣ କୋଭିଡ ଯୋଦ୍ଧା ପ୍ରଥମ ପାନ ଏବଂ ୧ଲକ୍ଷ ୮୪ହଜାର ୩୫ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଆଜି ରବିବାର ଥିବା ସତ୍ତ୍ବେ କେନ୍ଦ୍ରାପଡାରେ ୮୦ଟି, ପୁରୀରେ ୬୭ଟି ଏବଂ ରାୟଗଡାରେ ୧୬ଟି କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.