ସହରୀ ଶାସନ ପରିଚାଳନା ସୂଚକାଙ୍କ (ୟୁଜିଆଇ)-୨୦୨୦ ସର୍ଭେ ରିପୋର୍ଟରେ ଶୀର୍ଷ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : ସହରୀ ଶାସନ ପରିଚାଳନା ସୂଚକାଙ୍କ (ୟୁଜିଆଇ)-୨୦୨୦ ସର୍ଭେ ରିପୋର୍ଟ ଅନୁଯାୟୀ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଶହେରୁ ୫୬.୮୬ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛି। ୧୮ଟି ମାନଦଣ୍ଡକୁ ନେଇ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ର ୫୫.୧୫ ନମ୍ବର ରଖି ଦ୍ୱିତୀୟ, ଛତିଶଗଡ଼ ୪୯.୬୮ ନମ୍ବର ତୃତୀୟ, କେରଳ ୪୮.୭୭ ନମ୍ବର ଚତୁର୍ଥ ଏବଂ ପଞ୍ଚମରେ ଆନ୍ଧ୍ରପ୍ରଦେଶ ୪୫.୯୪ ସ୍କୋର ରଖି ତାଲିକାର ଆଗରେ ରହିଛନ୍ତି। ନାଗାଲାଣ୍ଡ ୧୩.୩୭ ସ୍କୋର ରଖି ତାଲିକାର ସବା ତଳେ ରହିଛି। ପୌର ଶାସନ ବ୍ୟବସ୍ଥା ସର୍ବଦା ଜନସାଧାରଣଙ୍କ ସହିତ ସହଭାଗୀଦାର ମାନଦଣ୍ଡରେ ପୂର୍ଣ୍ଣ ସଂଖ୍ୟା ୨୫ନମ୍ବର ଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ଓଡ଼ିଶା ସର୍ବାଧିକ ୧୯.୫୦ ନମ୍ବର ରଖିଛି।

ଓଡ଼ିଶା ଆର୍ଥିକ ସ୍ୱଚ୍ଛଳ କ୍ଷେତ୍ରରେ ପୂର୍ଣ୍ଣସଂଖ୍ୟା ୩୦ରୁ ୧୮.୪୪ ନମ୍ବର, ପୌର ପରିଷଦ ପ୍ରଶାସନିକ କାର୍ଯ୍ୟରେ ୧୫ରୁ ୫.୧୦ ନମ୍ବର, ପୌର ପରିଷଦର ନିର୍ବାଚନ ପଦ୍ଧତିରେ ୩୦ରୁ ୧୫.୮୩ ନମ୍ବର ପାଇଛି। ମହାନଗର ନିଗମ ଏବଂ ପୌର ପରିଷଦ ଅଧ୍ୟକ୍ଷ ପଦ ମେୟର କେତେ ସଶକ୍ତୀକରଣ ମାନଦଣ୍ଡରେ ୯ନମ୍ବରରୁ ୩.୬୦, କାଉନସିଲର ସଶକ୍ତୀକରଣରେ ୪.୫ ନମ୍ବରରୁ ୧.୫୮, ପରିଷଦ ସଶକ୍ତୀକରଣ ୭.୫ନମ୍ବରରୁ ୩, ସାମ୍ବିଧାନିକ ଅନୁଯାୟୀ ପୌର ପରିଷଦର ବିଭିନ୍ନ କମିଟି ଗଠନ ବ୍ୟବସ୍ଥା ସମ୍ବନ୍ଧରେ ୯ରୁ ୭.୬୫ ନମ୍ବର ରଖିଛି। ସହରର ନାଗରିକ କେତେ ସଶକ୍ତୀକରଣ ମାନଦଣ୍ଡ କ୍ଷେତ୍ରରେ ୨୫ ନମ୍ବରରୁ ୧୯.୫୦ ମାର୍କ ମିଳିଛି। ପୌରସଂସ୍ଥାଗୁଡ଼ିକ ଅନ୍‍ଲାଇନ୍‍ ମାଧ୍ୟମରେ ସମସ୍ତ ତଥ୍ୟକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରିଛି। ଏ ଦିଗରେ ପୂର୍ଣ୍ଣ ସଂଖ୍ୟା ୮.୭୫ ନମ୍ବର ଥିବାବେଳେ ଓଡ଼ିଶା ୮.୭୫ ମାର୍କ ପାଇଛି। ମେୟର ନିର୍ବାଚନ ବ୍ୟବସ୍ଥା ସଂକ୍ରାନ୍ତରେ ୫ରୁ ୨ ନମ୍ବର, ଆଇନ୍‍କାନୁନ୍‍ ସହିତ ଜନସାଧାରଣଙ୍କ ଭାଗୀଦାର କ୍ଷେତ୍ରରେ ୫ରୁ ୫ ନମ୍ବର ପାଇଛି। ସଂସ୍ଥାଗୁଡିକ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଦିଗରେ ୬.୨୫ ନମ୍ବରରୁ ୩.୭୫ ପାଇଛି।

ପ୍ରଜା ଫାଉଣ୍ଡେସନ ଦ୍ୱାରା ପ୍ରକାଶିତ ସହରୀ ଶାସନ ପରିଚାଳନା ସୂଚକାଙ୍କ ସ୍କୋର୍‌ ପ୍ରକାଶ ତାଲିକାରେ ଦିଲ୍ଲୀ ୧୩ତମ ସ୍ଥାନରେ ରହିଛି। ୨୮ଟି ରାଜ୍ୟର ୪୦ସ୍କାର୍ଟ ସିଟିି ସହର ଏବଂ ଦିଲ୍ଲୀର ଏନ୍‍ସିଟିରେ ୩ ବର୍ଷ ମଧ୍ୟରେ ଚାଲିଥିବା ସହରୀ ଶାସନ ସଂସ୍କାର ଅଧ୍ୟୟନ ଉପରେ ଆଧାର କରି ଏହି ରାକିଙ୍ଗ୍‍ ପ୍ରକାଶ କରାଯାଇଛି। ସ୍ଥାନୀୟ ସ୍ୱାୟତ୍ତ ଶାସନ ଏବଂ ତୃଣମୂଳ ଗଣତନ୍ତ୍ରର ପ୍ରକୃତ ସଶକ୍ତୀକରଣ ଦୃଷ୍ଟିରୁ ଏହିସବୁ କେଉଁସ୍ତରରେ ରହିଛି ତାକୁ ସୂଚାଇବା ପାଇଁ ୟୁଜିଆଇ ପକ୍ଷରୁ ରାଙ୍କିଙ୍ଗ୍‍ କରାଯାଇଛି। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସଂସଦ ସାମ୍ବିଧାନିକ ସଂଶୋଧନ ପାସ୍‍ କରିବାର ଦୀର୍ଘବର୍ଷ ପରେ ମଧ୍ୟ ଗୋଟିଏ ବି ରାଜ୍ୟ ୧୮ଟି କାର୍ଯ୍ୟକୁ କେତେ କାର୍ଯ୍ୟକାରୀ କରିଛି ତାହା ପ୍ରକାଶ ପାଇଛି। ଏହି କାର୍ଯ୍ୟରେ ସହରୀ ଯୋଜନା, ଜମି ବ୍ୟବହାର ନିୟନ୍ତ୍ରଣ, ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଯୋଜନା, ଜଳ ଯୋଗାଣ, ଅଗ୍ନିଶମ ସେବା, ସହରୀ ବନ ବିଭାଗ, ପରିବେଶର ସୁରକ୍ଷା ଏବଂ ପରିବେଶର ବିଭିନ୍ନ ଦିଗଗୁଡ଼ିକର ପ୍ରୋତ୍ସାହନ ଅନ୍ତର୍ଭୁକ୍ତ।

ଏହି ବ୍ୟବସ୍ଥାଗୁଡିକ ସ୍ଥାନୀୟ ସହରୀ ସଂସ୍ଥାର ଆର୍ଥିକ ସଶକ୍ତୀକରଣ, ସ୍ଥାନୀୟ ଶାସନର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣକୁ ଅନୁପାଳନ କରୁଛି। ଓଡ଼ିଶାରୁ କେବଳ ଭୁବନେଶ୍ୱର ସହରକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରଜା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ ୟୁଜିଆଇ ଗଠନ ପଛରେ ଥିବା ଧାରଣ ହେଉଛି ସହରୀ ଶାସନର ବିକେନ୍ଦ୍ରୀକରଣ ସ୍ତର ବୁଝିବା। ଯଦି ଆମେ ସମ୍ପୂର୍ଣ୍ଣ ସ୍କୋର୍‌କୁ ଦେଖିବା ତେବେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରୁ ଓଡ଼ିଶା ଅଧିକ ସ୍କୋର୍‌ ରଖିଛି। ଏହା ଦର୍ଶାଇଛି ଯେ ସହରର ଶାସନ ସଂସ୍କାର ଏବଂ ସମଗ୍ର ଭାରତରେ ସରକାରୀ ସହର ସଶକ୍ତୀକରଣର ଆବଶ୍ୟକତା ରହିଛି। ଫାଉଣ୍ଡେସନର ସଦସ୍ୟ ଶେଖ୍‌ ନିଜାମୁଦ୍ଦିନ୍‍ କହିଛନ୍ତି, ଜନସାଧାରଣଙ୍କ ସହିତ ସହଭାଗୀଦାର ସଂକ୍ରାନ୍ତରେ ଦିଲ୍ଲୀରେ ଏକ ଆଲୋଚନାଚକ୍ର କରାଯାଇଥିଲେ। ପୌର ପରିଷଦର ଜନସାଧାରଣଙ୍କ ପ୍ରତି ଯେଉଁ ସହଭାଗୀଦାର ରହିଛି ସେ ସଂକ୍ରାନ୍ତରେ ବକ୍ତାମାନେ ମତ ପ୍ରକାଶ କରିଥିଲେ।

Comments are closed.