ଓଡ଼ିଶାରେ ବାଘ ମୃତ୍ୟୁ ଘଟଣା : ଏନ୍‍ଟିସିଏକୁ ତଥ୍ୟ ମାଗିଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ

0

ନୂଆଦିଲ୍ଲୀ : ଓଡ଼ିଶାରେ ବାଘ ମୃତ୍ୟୁ ପ୍ରସଙ୍ଗରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ)ଙ୍କୁ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଣଳୟର ମନ୍ତ୍ରୀ ହର୍ଷବର୍ଦ୍ଧନ ତଥ୍ୟ ମାଗିଛନ୍ତି। ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଖୁବ୍‍ଶୀଘ୍ର ଚିଠି ଲେଖିବେ ବୋଲି ଜଣାପଡ଼ିଛି।


ଓଡ଼ିଶାର ଡେବ୍ରିଗଡ଼ ଓ ସାତକୋଶିଆ ବାଘ ମୃତ୍ୟୁ ଏବଂ ସାତକୋଶିଆରେ ଯେପରି ଢ଼ଙ୍ଗରେ ବାଘୁଣୀ ସୁନ୍ଦରୀକୁ ଧରାଯାଇଛି ସେ ବିଷୟରେ ଆଜି ସାମ୍ବାଦିକ ବିଭୂତି ପତି କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସାକ୍ଷାତ କରି ଅବଗତ କରାଇଥିଲେ। ରାଜ୍ୟରେ ଲଗାତାର ଭାବେ ଘଟୁଥିବା ବାଘ ମୃତ୍ୟୁ ଓ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାର ନିରବଦ୍ରଷ୍ଟା ନ ସାଜି ଠୋସ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଭବିଷ୍ୟତରେ ଯେପରି ଏଭଳି ଅଘଟଣକୁ ସହଜରେ ଏଡ଼ାଇ ଦିଆଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବା ସହ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗକୁ ଉନ୍ନତ ଜ୍ଞାନକୌଶଳ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାମ୍ବାଦିକ ଶ୍ରୀ ପତି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ଅବସରରେ ‘ସମାଜ’ ରବିବାର ସଂଖ୍ୟାରେ ପ୍ରକାଶିତ ସାତକୋଶିଆର ସତ: ବାଘ ବନାମ ମଣିଷ ଶୀର୍ଷକ ବିସ୍ତୃତ ତଥ୍ୟ ସମ୍ବଳିତ ଆଲେଖ୍ୟକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ହର୍ଷବର୍ଦ୍ଧନଙ୍କ ଅବଗତ ପାଇଁ ଦେଇଥିଲେ।

Leave A Reply