ଜାତୀୟ ଟେନିସ ବଲ କ୍ରିକେଟ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ମହାରାଷ୍ଟ୍ରର ନାଗପୁରରେ ଅକ୍ଟୋବର ୨ରୁ ୫ ପର୍ୟ୍ୟନ୍ତ ୨୭ତମ ଜାତୀୟ ଟେନିସ୍‌ ବଲ କ୍ରିକେଟ ପ୍ରତିଯୋଗିତା ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏସନ ପକ୍ଷରୁ ଓଡ଼ିଶା ପୁରୁଷ ଓ ମହିଳା ଦଳ ମନୋନୟନ କରାଯାଇଛି। ଶିବିରରେ ୮୦ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ମନୋନୟନ କରାଯାଇଛି। କୋଚ ଚକ୍ରଧର ମାଝି, ରଞ୍ଜନ ନାୟକ, ଓଡ଼ିଶା ଟେନିସ ବଲ କ୍ରିକେଟ ସଂଘ ସମ୍ପାଦକ ଶିଥିଲ କୁମାର ପଣ୍ଡା, ସହ ସମ୍ପାଦକ ସୋମନାଥ ପରିଡ଼ା, ଯୁଗ୍ମ ସମ୍ପାଦକ ସଞ୍ଜୟ ବିଶୋୟୀ ପ୍ରମୁଖଙ୍କ ନେତୃତ୍ବରେ ଖେଳାଳି ମନୋନୟନ କରା ଯାଇଥିଲା ବୋଲି ସଂଘର ସଭାପତି ସୂରଜ ମିଶ୍ର ସୂଚନା ଦେଇଛନ୍ତି।

ପୁରୁଷ ଦଳ: ରାହୁଲ ମୁଖୀ, ଆଶିଷ କୁମାର ମହାନ, ଜ୍ଞାନରଞ୍ଜନ ପୃଷ୍ଟି, ଶ୍ରୀତମ ମହାନ୍ତି, ଲକ୍ଷ୍ମୀଧର ମହାରଣା, ସମରେଶ ପାତ୍ର, ଦିବ୍ୟକୃତି ପଟ୍ଟନାୟକ, ପ୍ରୟାସ ପରିଡ଼ା, ବିକାଶ ବେହେରା, ସତ୍ୟ ଶୁଭମ ସାହୁ, ଚିନ୍ମୟ ପାଲ, ଅଭିଷେକ ରେଡ୍ଡି, ଜେସୀମ ଦିଗଲ, ମାଣଜିତ ଖୁରା, ଲମ୍ବୋଧର ନାୟକ।

ମହିଳା ଦଳ: ଅପର୍ଣ୍ଣା ରାଣୀ ସାହୁ, ଇତିଶ୍ରୀ ସେଠୀ, କଳ୍ପନା ହରିଜନ, ବିମଳା ମାଝି, ରଞ୍ଜିତା ନାୟକ, ଗୀତାଞ୍ଜଳି ନାୟକ, ରୀତିକା ଦିଗଲ, ସଂଘମିତ୍ରା ସାହୁ, ପ୍ରୀତି ସେଠୀ, ପ୍ରୀତିଲତା ନାୟକ, ଅନିଫ ହିୟାଲ, ପ୍ରିୟା ପ୍ରଧାନ, ପଲ୍ଲବୀ କୁମାରୀ, ନନ୍ଦିନୀ ନାହାକ, ସ୍ମୃତି ନାହାକ।

Comments are closed.