ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ୨୬ରୁ ଆରମ୍ଭ

ଭୁବନେଶ୍ବର: ଚଳିତ ମେ’ ୨୬ ତାରିଖରୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏବଂ ମଧ୍ୟମା ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ବନ୍ଦୋବସ୍ତ ନିମନ୍ତେ ଜଣେ ଲେଖାଏଁ ନୋଡାଲ୍‌ ଅଧିକାରୀଙ୍କୁ ପଠାଇବାକୁ ଜିଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବିଶେଷ ମାର୍ଗଦର୍ଶିକା ଜାରି କରାଯାଇଛି।

Comments are closed.