ଆଜି ବାହାଘର, କ୍ରୀଡ଼ାମନ୍ତ୍ରୀ ତୁଷାର ୱେଡ୍ସ ନନ୍ଦିନୀ

ପୁରୀ: ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାହାଘର ଆଜି ଅନୁଷ୍ଠିତ ହେଉଛି। ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବେ କାକଟପୁର ବିଧାୟକ ତୁଷାର। ଦେଉଳିମଠରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହେବ। ଏଥିପାଇଁ ଦେଉଳି ମଠକୁ ସଜ୍ଜିତ କରାଯାଇଛି। ମନ୍ତ୍ରୀ ଶ୍ରୀ ବେହେରା ସକାଳ ୮ଟା ବେଳେ ବରବେଶ ହୋଇ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବାହାରିଛନ୍ତି। ଅପରାହ୍ଣ ୪ଟା ୩୦ରେ ବିବାହ ଏବଂ ପାଣିଗ୍ରହଣ ଅନୁଷ୍ଠିତ ହେବ। ଦିନ ୧୨ଟା ୩୦ରୁ ଆରମ୍ଭ ହେବ ପ୍ରୀତିଭୋଜନ। ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବରିଷ୍ଠ ଅଧିକାରୀ ସେଥିରେ ଯୋଗଦେବେ।

Comments are closed.