ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ ଆଜି ; ଲେଖାନୁଦାନ ଚିଠା ପ୍ରସ୍ତାବକୁ ମିଳିବ ମଞ୍ଜୁରି

0

ଭୁବନେଶ୍ୱର : ଶନିବାର ଅପରାହ୍ଣରେ ଉଭୟ ମନ୍ତ୍ରିମଣ୍ଡଳ ଏବଂ ମନ୍ତ୍ରିପରିଷଦ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫.୩୦ରେ ବସିବାକୁ ଥିବା ମନ୍ତ୍ରିମଣ୍ଡଳ ବୈଠକରେ ତିନିଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ସେହିପରି ଏହା ପରେ ପରେ ଅପରାହ୍ଣ ୬ଟାରେ ମନ୍ତ୍ରିପରିଷଦ ବୈଠକରେ ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରାୟ ୪୮ହଜାର କୋଟି ଟଙ୍କାର କାମଚଳା ଜେଟ(ଲେଖାନୁଦାନ) ଚିଠା ପ୍ରସ୍ତାବକୁ ମଞ୍ଜୁରି ମିଳିବ। ଆସନ୍ତା ୪ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ୭ ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଲେଖାନୁଦାନ ଉପସ୍ଥାପନ କରିବେ।

Leave A Reply