ସରକାରୀ ସ୍କୁଲ ପ୍ରତି ବଢୁଛି ଆଗ୍ରହ – ଗଣଶିକ୍ଷା ମନ୍ତ୍ରୀ

ଡେସ୍କ: ରାଜ୍ୟରେ ସରକାରୀ ସ୍କୁଲଗୁଡିକରେ ନିଜ ପିଲାମାନଙ୍କୁ ପଢ଼ିବା ପାଇଁ ଅଧିକରୁ ଅଧିକ ଅଭିଭାବକ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଆଜି ସୁନ୍ଦରଗଡ଼଼ ଜିଲ୍ଲା ଗସ୍ତ ସମୟରେ ସେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଥିବା ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପ୍ରଶିକ୍ଷଣ ଏବଂ ଦିଗ୍‍ଦର୍ଶନ କର୍ମଶାଳାରେ ଯୋଗଦାନ କରିଥିଲେ।

ସେ କହିଛନ୍ତି ଯେ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ପିଲାମାନଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରିବା ସମୟରେ ଶିକ୍ଷକଶିକ୍ଷୟିତ୍ରୀମାନେ ଅଧିକ ଯତ୍ନବାନ ହେବା ଉଚିତ।

Comments are closed.