ଟ୍ରାକରେ ଦୁଇ ଥର ବଗି ଛାଡି ପଳାଇଲା ‘ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ’

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦିଲ୍ଲୀର ଆନନ୍ଦ ବିହାରରୁ ଯାତ୍ରା ଆରମ୍ଭ କରିଥିବା ‘ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ’ ଟ୍ରାକରେ ଦୁଇ ଥର ବଗି ଛାଡି ପଳାଇଥିବା ଜଣାପଡିଛି। ‘ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ’ ଦିଲ୍ଲୀର ଆନନ୍ଦ ବିହାରରୁ ଯାତ୍ରା ଆରମ୍ଭ କରିବା ସମୟରେ ଥରେ ବଗି ଛାଡି ପଳାଇଥିଲା। ଏହା ପରେ ବଗିକୁ ଯୋଡାଯିବା ପରେ ‘ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ’ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ପୁଣି ଟ୍ରେନ୍ ହାଥରାସ୍ ଷ୍ଟେସନ୍ ଛାଡ଼ିବା ପରେ ଟ୍ରାକରେ ପୁଣି ବଗି ଛାଡି ପଳାଇଥିଲା। ଏ କଥା ଜଣାପଡ଼ିବା ପରେ ଟ୍ରେନ୍ ପଛକୁ ଫେରିଥିଲା ଓ ରହିଯାଇଥିବା ବଗିକୁ ପୁନଃସଂଯୋଗ କରାଯାଇଥିଲା। ଏହାପରେ ‘ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ’ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି। ଏହି ଟ୍ରେନରେ ଆସୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହି ଘଟଣାରେ ପରେ ଆଉ ଥରେ ଏହାକୁ ୫୦ କିଲୋମିଟର ଦୂରବର୍ତ୍ତୀ ତୁଣ୍ଡଲା ଷ୍ଟେସନରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳ ପଥ ଅଧିକାରୀ।

Comments are closed.