ଓଡ଼ିଶାର ସମିତି ସଭ୍ୟଙ୍କ ନାମରେ ମହାରାଷ୍ଟ୍ରରେ ଦୁଷ୍କର୍ମ ଅଭିଯୋଗ; ବିବାହ ପ୍ରତିଶ୍ରୁତି ଦେଇ କରିଥିଲେ ଶାରୀରିକ ଶୋଷଣ

ବ୍ରହ୍ମପୁର: ମହାରାଷ୍ଟ୍ରର ଜଣେ ମହିଳାଙ୍କୁ ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ଓଡିଶାର ଗଞ୍ଜାମ ଜିଲ୍ଲାର ଜଣେ ସମିତି ସଭ୍ୟଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲାର କାଞ୍ଚୁଡୁ ପଞ୍ଚାୟତର ସମିତି ସଭ୍ୟ ଓ ତାଙ୍କ ନାମ ଏ. ସୁଦାମ ବୋଲି ସୂଚନା ମିଳିଛି । ମହାରାଷ୍ଟ୍ରର ମଣିପଡ଼ା ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କୁ ମହାରାଷ୍ଟ୍ର ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬, ୪୨୦, ୪୦୬, ୫୦୪, ୫୦୬ ଓ ୩୪ ଧାରା​‌ରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ ଏ ସୁଦାମ ମହାରାଷ୍ଟ୍ରର ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଏହା ସହ ତାଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲା । ମାତ୍ର ପରେ ସେ ମହାରାଷ୍ଟ୍ରରୁ ପଳାଇ ଆସିଥିଲା । ଏହାପରେ ସମ୍ପୃକ୍ତ ମହିଳା ସୁଦାମଙ୍କ ନାଁରେ ମଣିପଡ଼ା ଥାନାରେ ମାମଲା ରୁଜୁ କରିଥିଲେ ।

Comments are closed.