ରାଜ୍ୟରେ ଟିକାକରଣ ଟପିଲା ୫୨.୫୭ଲକ୍ଷ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ୫୨ ଲକ୍ଷ ୫୭ ହଜାର ୩୮୭କୁ ଛୁଇଁଛି। ଏଥିରେ ସର୍ବାଧିକ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ୩୯ ଲକ୍ଷ ୮୯ ହଜାର ୬୫୦ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୩ ଲକ୍ଷ ୨୧ ହଜାର ୬୬୯ ଦ୍ବିତୀୟ ଡୋଜ ନେଇଛନ୍ତି। ଏହାବାଦ୍ ୩ ଲକ୍ଷ ୨୧ ହଜାର ୧୧୧ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଏବଂ ୨ ଲକ୍ଷ ୬୯ ହଜାର ୭୭ ଜଣ ଦ୍ବିତୀୟ ଡୋଜ, ୨ ଲକ୍ଷ ୨୬ ଜଣ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ଏବଂ ୧ ଲକ୍ଷ ୫୫ ହଜାର ୮୫୪ ଦ୍ବିତୀୟ ଡୋଜ ନେଇଛନ୍ତି। ମଙ୍ଗଳବାର ରାଜ୍ୟରେ ୯୪୧ ଟିକା କେନ୍ଦ୍ରରେ ୧ ଲକ୍ଷ ୪ ହଜାର ୧୩ ଜଣଙ୍କୁ ଟିକା ଦିଆଯାଇଛି। ସେଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବ ୬୭ ହଜାର ୪୦ ଜଣ ପ୍ରଥମ ଡୋଜ ଏବଂ ୩୩ ହଜାର ୧୯୨ ଦ୍ବିତୀୟ ଡୋଜ ନେଇଛନ୍ତି।

ଏହାବାଦ୍ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧା ଦୁଇଟି ଟିକା ନେଇଛନ୍ତି। ଆଜି ୮୩୮ଟି କେନ୍ଦ୍ରରେ ଟିକାକରଣ ହେବ। ରାଜ୍ୟରେ ଏବେ ୩ ଲକ୍ଷ ୬୩ ହଜାର ୯୦ କୋଭିସିଲଡ ଏବଂ ୨ ଲକ୍ଷ ୩ ହଜାର ୮୩୦ କୋଭାକ୍ସିନ୍ ଟିକା ଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି।

Comments are closed.