ଆଉ ୪୦୬୧କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାରକୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ​ରେକର୍ଡ ସଂଖ୍ୟକ  ୪୦୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାର ୦୬୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୪୪, କଟକରୁ ୪୨୫, ସୁନ୍ଦରଗଡ଼ରୁ ୨୬୭, ବରଗଡ଼ରୁ ୨୪୪, ମୟୂରଭଞ୍ଜରୁ ୨୪୦ ଏବଂ ବାଲେଶ୍ବରରୁ ୧୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୧୮୫, କେନ୍ଦ୍ରାପଡାରୁ ୧୭୯, ଅନୁଗୋଳରୁ ୧୬୭, ଗଞ୍ଜାମରୁ ୧୫୭, ପୁରୀରୁ ୧୩୨, ଭଦ୍ରକ, ଝାରସୁଗୁଡା ଓ ଜଗତସିଂହପୁରରୁ ୧୩୦ ଜଣ ଲେଖାଏଁ, କେନ୍ଦୁଝରରୁ ୭୮, ସମ୍ବଲପୁରରୁ ୭୭, କୋରାପୁଟ ଏବଂ ନୂଆପଡାରୁ ୭୪ ଜଣ ଲେଖାଏଁ, ନବରଙ୍ଗପୁରରୁ ୫୯, ଢେଙ୍କାନାଳରୁ ୫୦ ଏବଂ ନୟାଗଡ଼ରୁ ୪୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ରାୟଗଡାରୁ ୪୫, କଳାହାଣ୍ଡିରୁ ୩୭, ବଲାଙ୍ଗୀର ଓ ସୁବର୍ଣ୍ଣପୁରରୁ ୩୩ ଜଣ ଲେଖାଏଁ, କନ୍ଧମାଳରୁ ୩୨, ବୌଦ୍ଧରୁ ୩୧, ଦେବଗଡ଼ରୁ ୨୬, ମାଲକାନଗିରିରୁ ୨୪ ଏବଂ ଗଜପତିରୁ ୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.