ଓଡିଶା ପୁଲିସ ସେବା ପାଇଁ କମ୍ପ୍ୟୁଟର ଭିତ୍ତିକ ଲିଖିତ ପରୀକ୍ଷା ଜୁଲାଇ ମାସର ଏହି ତାରିଖମାନଙ୍କରେ ଅନୁଷ୍ଠିତ ହେବ

କଟକ- ଓଡିଶା ପୁଲିସ ରିକ୍ୟୁଟମେଣ୍ଟ ବୋର୍ଡ଼ ଦ୍ଵାରା ପରିଚାଳିତ ମିଳିତ ପୁଲିସ ସେବା ପରୀକ୍ଷା (CPSE)-୨୦୧୮ବର୍ଷ ପାଇଁ କମ୍ପ୍ୟୁଟର ଭିତ୍ତିକ ଲିଖିତ ପରୀକ୍ଷା (online) ଆସନ୍ତା ଜୁଲାଇ ୨ ତାରିଖରୁ ୯ତାରିଖ ଏବଂ ୧୧ , ୧୨ ତାରିଖରେ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଆବଶ୍ୟକୀୟ ପରୀକ୍ଷା ପ୍ରବେଶ ପତ୍ର ଓଡିଶା ପୁଲିସ ୱେବସାଇଟ ମାଧ୍ୟମରେ ଆସନ୍ତା ତା ଚଳିତ ଜୁନ୍‌ ମାସ ୧୮ ତାରିଖରୁ ଉପଲବ୍ଧ ହେବ। ଅଧିକ ତଥ୍ୟ ପାଇଁ https://op.onlineregistrationforms.com/ରେ କ୍ଲିକ କରିବା ପାଇଁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିଷୟରେ ଅଧିକ ସୂଚନା ପ୍ରାର୍ଥୀ ମାନଙ୍କୁ ପଞ୍ଜୀକୃତ ମୋବାଇଲ ନମ୍ବର ଓ ଇମେଲ ଦ୍ଵାରା ଜଣାଇ ଦିଆଯିବ ।

ପ୍ରବେଶ ପତ୍ର ଡାଉନ୍‌ଲୋଡ୍‌ କରିବାରେ ଯଦି କୌଣସି ଅସୁବିଧା ହୁଏ, ତେବେ ପ୍ରାର୍ଥୀ https://op.onlineregistrationforms.com/କୁ କ୍ଲିକ କରି ଏଥିରେ ଥିବା helpdesk ନମ୍ବରରେ ଯୋଗାଯୋଗ କରି ସହାୟତା ନେବାକୁ ଅନୁରୋଧ କରାଯାଇଛି ।

Comments are closed.