ଗଞ୍ଜାମରେ କରୋନା ସଂକ୍ରମଣର ସ୍ଥିତି ଅନୁଧ୍ୟାନ କଲେ ପୁଲିସ ଡିଜି ଅଭୟ

ଭୁବନେଶ୍ଵର : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି ଓଡିଶା ପୋଲିସ ଡିଜି ଅଭୟ । ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ସେଠାକୁ ଯାଇ ଲକ୍‌ଡାଉନ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଜିଲାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ କିପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରବାସୀ ରହୁଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ଯେପରି କୌଣସି ସାଧାରଣ ନାଗରିକ ପ୍ରବେଶ ନକରନ୍ତି ସେଥିପ୍ରତି ପୁଲିସ ସତର୍କ ରହିବା ପାଇଁ ଡିଜି କହିଛନ୍ତି । ଏଥି ସହିତ ପ୍ରବାସୀଙ୍କ ଆଗମନ ବେ​ଳେ ଯେପରି କୌଣସି ଅପ୍ରିତିକର ପରିସ୍ଥତି ସୃଷ୍ଟ ନହୁଏ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ପୋଲିସ ଡିଜି ଅଭୟ ।

ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ପୁଲିସ ମହାନିର୍ଦେଶକ ଅଭୟଙ୍କ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର, ଗଞ୍ଜାମ ଏସ୍ ପି ବ୍ରିଜେଶ୍ ରାଏ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ  ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁରଟ ଫେରନ୍ତା ରହିଛନ୍ତି ।

Comments are closed.