୪୭୭ ପୁଲିସ୍‍ ସବ୍‍ଇନ୍ସପେକ୍ଟର ନିଯୁକ୍ତି ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ପୁଲିସ୍‍ ତରଫରୁ ୪୭୭ ପୁଲିସ୍‍ ସବ୍‍ଇନ୍ସପେକ୍ଟର ନିଯୁକ୍ତି ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ଅନ୍‍ଲାଇନ ଆପ୍‍ଲିକେସନ୍‍ ପୋର୍ଟାଲ https://odipolsi21.onlineapplicationform.org/ODIPOL/ ମାଧ୍ୟମରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆଜି ପ୍ରଥମ ଦିନରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୨୮୩୧ଜଣ ଏହି ପୋର୍ଟାଲରେ ନାମ ପଞ୍ଜିକରଣ କରିଥିବା ବେଳେ ୭୭୨ ଜଣ ସେମାନଙ୍କ ସମସ୍ତ ଡକ୍ୟୁମେଂଟ ଅପ୍‍ଲୋଡ କରିସାରିଛନ୍ତି। ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ତଥା ନିଯୁକ୍ତି କମିଟିର ଅଧ୍ୟକ୍ଷ ଯଶୋୱନ୍ତ ଜେଠୱା ସୂଚନା ଦେଇଛନ୍ତି। କମ୍ପ୍ୟୁଟର ଉପରେ ଆଧାରିତ ନିଯୁକ୍ତି ପ୍ରକ୍ରିୟାର ସମୟ ସୀମା ମଧ୍ୟ ଆଜି ଘୋଷଣା କରାଯାଇଛି।

ଅଗଷ୍ଟ ୬ ତାରିଖରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ।ଏହି ନିଯୁକ୍ତି ପ୍ରକ୍ରିୟାକୁ ଟେକ୍ନୋଲୋଜି ଉପରେ ଆଧାରିତ କରାଯାଇଛି। ସେଥିନିମନ୍ତେ ଅନ୍‍ଲାଇନ୍‍ ଆପ୍ଲିକେସନ୍‍ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି।ବିନା କୌଣସି ଦ୍ୱନ୍ଦ କିମ୍ବା ସଂଘର୍ଷରେ ପ୍ରାର୍ଥୀମାନେ ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନ କରିପାରିବେ। ନିଯୁକ୍ତି ପ୍ରକ୍ରିୟାକୁ ଟେକ୍ନୋଲୋଜି ମାଧ୍ୟମରେ ସରଳୀକରଣଏବଂ ସ୍ୱଚ୍ଛତାର ସହ ସମାପ୍ତ କରାଯିବ ବୋଲିଏଡିଜି ଶ୍ରୀ ଜେଠୱା ସୂଚନା ଦେଇଛନ୍ତି।

ପୂର୍ବରୁ ଏସ୍‍ଆଇ ନିଯୁକ୍ତି ପ୍ରକ୍ରିୟାରେ ପ୍ରିଲିମିନାରୀ ଏବଂ ମୁଖ୍ୟ ଲିଖିତ ପରୀକ୍ଷା କରାଯାଉଥିଲା। ବର୍ତମାନ ପରୀକ୍ଷାକୁ ସରଳୀକରଣ କରାଯାଇଛି।ଏହି ନିଯୁକ୍ତି ପ୍ରକ୍ରିୟାରେ ଗୋଟିଏ ପରୀକ୍ଷା କରାଯିବ। ମଲ୍‍ଟିପୁଲ୍‍ ଚୟସ୍‍ ପ୍ରଶ୍ନ ଉପରେ ଆଧାରିତ ଦୁଇଟି ପେପର୍‍ର ପରୀକ୍ଷା ହେବ। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ କମ୍ପ୍ୟୁଟର ମାଧ୍ୟମରେ ମୂଲ୍ୟାଙ୍କନ କରାଯିବ। ଶାରିରୀକ ମାନଦଣ୍ଡ ପରୀକ୍ଷାକୁ କୋହଳ କରାଯାଇଥିବା ବେଳେ ସାକ୍ଷାତକାର ପରୀକ୍ଷାକୁ ଏଥିରେ ସାମିଲ କରାଯାଇନାହିଁ।

ପ୍ରଥମଥର ପାଇଁଏହି ନିଯୁକ୍ତି ପ୍ରକ୍ରିୟାରେ ଟ୍ରାନ୍‍ସଜେଣ୍ଡର୍‍ ବା ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଆବେଦନ କରିବାକୁ ଓଡ଼ିଶା ପୁଲିସ୍‍ ତରଫରୁ ସ୍ୱାଗତ କରାଯାଇଛି। ତାମିଲନାଡ଼ୁ ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଯେଉଁଠାରେ କି ତୃତୀୟ ଲିଙ୍ଗୀ ପ୍ରାର୍ଥୀଙ୍କୁ ପୁଲିସ୍‍ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରାଯାଇଛି। ରାଜ୍ୟର ଯୁବବର୍ଗ ତଥା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ପୁଲିସ୍‍ ଏସ୍‍ଆଇ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବାକୁ ଓଡ଼ିଶା ପୁଲିସ ତରଫରୁ ଆହ୍ୱାନ କରାଯାଉଛି। ସ୍ୱଚ୍ଛତା, ସରଳୀକରଣ, ଟେକ୍ନୋଲୋଜିଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ସମାପ୍ତ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଜେଠୱା ସୂଚନା ଦେଇଛନ୍ତି।

Comments are closed.