ଆଇଜିଏଚ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଡ଼ିଶା ପିସିସି ଦେଲା ୨୦ ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ :  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛି । ରାଉରକେଲା ଇସ୍ପାତ୍ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ରେ ପରିଣତ କରିବା ପାଇଁ ଦଳ ପକ୍ଷରୁ ଏହି ଅର୍ଥ ଆଦାୟ କରାଯାଇଥିଲା। ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ରାଉରକେଲାବାସୀଙ୍କ ଆଇଜିଏଚକୁ  ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା ଦାବି ପୂରଣ ହୋଇ ନ ଥିବାରୁ କଂଗ୍ରେସ ଦେଶବାସୀଙ୍କଠାରୁ ସାହାଯ୍ୟ ଲୋଡ଼ିଥିଲା। କେନ୍ଦ୍ର କି ରାଜ୍ୟ ସରକାର ଆଇଜିଏଚ୍ ହସ୍ପିଟାଲ ନିର୍ମାଣ ପାଇଁ ଆଗ୍ରହ ନ ଦେଖାଇବାରୁ କଂଗ୍ରେସ ଦେଶବାସୀଙ୍କ ଠାରୁ କିଛି ଅର୍ଥ ଯୋଗାଡ଼ କରିଥିଲା। ମୁକ୍ତିକାନ୍ତ ବିଶ୍ବାଳ ରାଉରକେଲାରୁ ଦିଲ୍ଲୀ ଯାତ୍ରା ସମୟରେ ଏଥିପାଇଁ ଅର୍ଥ ଆଦାୟ କରାଯାଇଥିଲା। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ୍ କରିବା ପରେ ଓଡ଼ିଶା ପିସିସି ସାରା ଦେଶରୁ ସୋସିଆଲ ମିଡିଆ ମାଧ୍ୟମରେ ଟଙ୍କା ଆଦାୟ କରିଥିଲା।

ତେବେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଦାୟ କରାଯାଇଥିବା ସମସ୍ତ ୨୦ ଲକ୍ଷ ୨୦ ହଜାର ୫୦୪ ଟଙ୍କା ମଙ୍ଗଳବାର ଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ପଠାଇ ଦିଆଯାଇଛି। ଆଜି ଦିଲ୍ଲୀରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ,  ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିବାର ଥିଲା। ତେବେ ପ୍ରଧାନମନ୍ତ୍ରୀ  ସମୟ ନ ଦେବାରୁ ବାଧ୍ୟ ହୋଇ ଏହି ଟଙ୍କାକୁ କଂଗ୍ରେସ ରିଲିଫ ପାଣ୍ଠିରେ  ଜମା କରିଦେଇଥିବା ସୂଚନା ମିଳିଛି।

Leave A Reply