ଘନୀଭୂତ ହେଉଛି ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟାରେ ଅବପାତର ରୂପ ନେବ

ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରଘନୀଭୂତ ହେଉଛି। ପରବର୍ତ୍ତି ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଅବପାତ ରୂପ ନେବାର ୨୪ଘଣ୍ଟାରେ ଅଧିକ ଘନୀଭୂତ ଘୁର୍ଣ୍ଣିଝଡ଼ ସମ୍ଭାବନା। ଉତ୍ତରପଶ୍ଚିମକୁ ମୁହଁାଇ ଆସନ୍ତା ନଭେମ୍ବର ୨୫ ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଲଘୁଚାପ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ଆଶଙ୍କା ରହିଛି। ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନଭେମ୍ବର ୨୫ ଓ ୨୬ ତାରିଖରେ କୋରାପୁଟ, ଗଜପତି ଓ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ନଭେମ୍ବର ୨୬ରୁ ୨୭ରେ ଗଜପତି, ରାୟଗଡା, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ଘନ କୁହୁଡି ଦେଖାଦେବ। କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି. ଗଜପତି, ରାୟଗଡା ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡି ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିିଳିଛି।

Comments are closed.