ଓଡ଼ିଶାରୁ ୧୪ଟି ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୮୬୮ଟି ଟ୍ୟାଙ୍କର୍‍ ଯୋଗେ ୧୫୯୧୨.୫୧୨ ଟନ୍‍ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ୧୩ ରାଜ୍ୟକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‍ କରିଡ଼ର୍‍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍‍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।


ଗତ ୨୬ ଦିନ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୭୫ଟି ଟ୍ୟାଙ୍କରରେ ୧୨୨୨.୧୬୨ ଟନ୍‍, ଢେଙ୍କାନାଳ ଜିଲ୍ଲାରୁ ୨୩୪ଟି ଟ୍ୟାଙ୍କରରେ ୩୭୩୮.୪୩ ଟନ୍‍, ଯାଜପୁର ଜିଲ୍ଲାରୁ ୨୨୫ଟି ଟ୍ୟାଙ୍କରରେ ୪୫୭୫.୭୧୭ ଟନ୍‍ ଏବଂ ରାଉରକେଲାରୁ ୩୩୪ଟି ଟ୍ୟାଙ୍କରରେ ୬୩୭୬.୧୯୩ ଟନ୍‍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୨୬୭ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୫୨୫୦.୦୬୯ ଟନ୍‍, ୨୨୨ଟି ଟ୍ୟାଙ୍କରରେ ତେଲେଙ୍ଗାନାକୁ ୩୭୫୬.୭୮୯ ଟନ୍‍, ତାଲିମନାଡୁକୁ ୪୦ଟି ଟ୍ୟାଙ୍କରରେ ୭୩୧.୬୧୭ ଟନ୍‍, ହରିୟାଣାକୁ ୧୨୯ଟି ଟ୍ୟାଙ୍କରରେ ୨୩୮୮.୧୪୩ ଟନ୍‍, ମହାରାଷ୍ଟ୍ରକୁ ୩୪ଟି ଟ୍ୟାଙ୍କରରେ ୫୬୬.୬୭୧ ଟନ୍‍, ଛତିଶଗଡ଼କୁ ୨୮ଟି ଟ୍ୟାଙ୍କରରେ ୪୩୦.୫୯୨ ଟନ୍‍, ଉତରପ୍ରଦେଶକୁ ୪୯ଟି ଟ୍ୟାଙ୍କରରେ ୯୬୨.୨୭୧ ଟନ, ୬୦ଟି ଟ୍ୟାଙ୍କରରେ ୧୦୫୬.୪୨ ଟନ୍‍ ମଧ୍ୟପ୍ରଦେଶକୁ, ୨୨ଟି ଟ୍ୟାଙ୍କରରେ ଦିଲ୍ଲୀକୁ ୪୧୦.୨୪ ଟନ୍‍, ୪ଟି ଟ୍ୟାଙ୍କରରେ ପଞ୍ଜାବକୁ ୧୦୭.୮୯, ୬ଟି ଟ୍ୟାଙ୍କରରେ କର୍ଣ୍ଣାଟକକୁ ୧୨୦.୯୬, ୨ଟି ଟ୍ୟାଙ୍କରରେ ବିହାରକୁ ୩୧.୨୯ ଟନ୍‍ଏବଂ ୨ଟି ଟ୍ୟାଙ୍କରରେ ରାଜସ୍ଥାନକୁ ୩୯.୪୨ ଟନ୍‍ ଅମ୍ଳଜାନ ଯୋଗାଇ ଦିଆଯାଇଛି।

Comments are closed.