ରାଜ୍ୟରେ ୧୦୦ ଟପିଲା ଓମିକ୍ରନ ମାମଲା

ଭୁବନେଶ୍ୱର: ରାଜ୍ୟରେ ୧୦୦ ଟପିଲା ଓମିକ୍ରନ ମାମଲା । ରାଜ୍ୟରେ ଆଉ ୨୮ ଓମିକ୍ରନ୍‍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍‍ ସୂଚନା ଦେଇଛି । ପୂର୍ବରୁ ରାଜ୍ୟରେ ୭୫ଜଣଙ୍କ ଠାରେ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଆଜିର ଓମିକ୍ରନ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ୍‍ ୧୦୩ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ୪ ହଜାର ଦୈନିକ ସଂକ୍ରମଣ ମାମଲା ଟପିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୮ଶହ ୨୯କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୪୮ ପଜିଟିଭ୍ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୫ହଜାର ୬୯୮କୁ ବୃଦ୍ଧି ପାଇଛି । ଏବଂ ସକ୍ରିୟ ଆକ୍ରାନ୍ତ ୨୦ହଜାର ୫୬୦ ରହିଛନ୍ତି ।

Comments are closed.