ରାଜ୍ୟରେ ଆଉ ୨୩ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଉ ୨୩ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବାନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମଧ୍ୟରେ ବିଦେଶ ଫେରନ୍ତା ଓ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ୨୩ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୫୦% ସ୍ଥାନୀୟ ସଂକ୍ରମିତ ଓ ଅନ୍ୟ ୫୦% ବାହାରକୁ ଯାଇ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

ଆଜିର ଓମିକ୍ରନ ମାମଲାକୁ ମିଶାଇ ରାଜ୍ୟରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୧୪ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲେ । ଗତ ୧୨ ଦିନ ମଧ୍ୟରେ ରାଜ୍ୟରେ ୩୭ ଓମିକ୍ରନ ମାମଲା ଚିହ୍ନଟ କରାଯାଇଛି । ପୂର୍ବରୁ ସୁସ୍ଥ ହୋଇସାରିଛନ୍ତି ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ।

Comments are closed.