ଭାରତୀୟ ସେନା ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଭାରତୀୟ ସେନା ବାହିନୀର ଏକ ହେଲିକପ୍ଟର ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର କିସ୍ତିୱାର ନିକଟରେ କ୍ରାସ୍‌‌ ହୋଇଥିବା ନେଇ ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୨ ରୁ ୩ ଜଣ ଥିବା ନେଇ ସୂଚନା ମିଳିଛି। ଏକ ଦୁର୍ଗମ ଅଞ୍ଚଳରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଦୁଇରୁ ତିନି ଜଣ ଥିଲେ। ଦୁର୍ଘଟଣା ଜଣା ପଡିବା ମାତ୍ରେ ପୁଲିସ ଏବଂ ସେନା ଦଳ ଘଟଣାସ୍ଥଳକୁ ଚାଲି ଯାଇଛନ୍ତି। ଉଦ୍ଧାର କାର୍ୟ୍ୟ ଚାଲିଛି।
ସୂଚନାନୁସାରେ, ଗୁରୁବାର ସକାଳେ କିଶୋର ଜିଲ୍ଲାର ମାରୱା ଅଞ୍ଚଳରେ ସେନାର ଏଏଲଏଚ ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା। ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଏବଂ ସେନାକୁ ମଧ୍ୟ ସୂଚନା ଦିଆଯାଇଥିଲା। ଦୁର୍ଘଟଣା ସହ ଜଡିତ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ କ୍ଷତିଗ୍ରସ୍ତ ହେଲିକପ୍ଟର ନିକଟରେ କିଛି ଲୋକ ଏକାଠି ହୋଇଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ୟ୍ୟ ଚାଲିଛି।

Comments are closed.